Odia MCQ Quiz - Objective Question with Answer for Odia - Download Free PDF

Last updated on Jun 12, 2025

Latest Odia MCQ Objective Questions

Odia Question 1:

ଗୋପୀନାଥ ମହାନ୍ତିଙ୍କ ଅମୃତର ସନ୍ତାନ ଉପନ୍ୟାସ କେବେ ପ୍ରକାଶିତ ହୋଇଥିଲା?

  1. 1947
  2. 1955
  3. 1948
  4. 1961

Answer (Detailed Solution Below)

Option 1 : 1947

Odia Question 1 Detailed Solution

ସଠିକ୍ ଉତ୍ତର ହେଉଛି 1947
 
 Key Points
  • "ଅମୃତର ସନ୍ତାନ" ଗୋପୀନାଥ ମହାନ୍ତିଙ୍କ ପ୍ରମୁଖ ଉପନ୍ୟାସ ଥିଲା ଯାହା ୧୯୪୭ ମସିହାରେ ପ୍ରକାଶିତ ହୋଇଥିଲା।
  • ଏହାକୁ କେନ୍ଦ୍ର ସାହିତ୍ୟ ଏକାଡ଼େମିର ୧୯୫୫ ବର୍ଷର ପୁରସ୍କାର ମିଳିଥିଲା।

Odia Question 2:

ନିମ୍ନୋକ୍ତ ମଧ୍ୟରୁ କେଉଁଟି ଜଗନ୍ନାଥ ଦାସଙ୍କ ରଚନା ନୁହେଁ ?

  1. ପ୍ରେମ ସୁଧମ୍ବୁଧା
  2. ନିତ୍ୟାଚାର ଦିକ୍ଷା ସହିତ ଉପାସନା ବିଧି
  3. ଉପସନା ଶତକ
  4. ଡାଲଖାଈ

Answer (Detailed Solution Below)

Option 4 : ଡାଲଖାଈ

Odia Question 2 Detailed Solution

ସଠିକ୍ ଉତ୍ତର ହେଉଛି ଡାଲଖାଈ

Key Points

  •  "ଡାଲଖାଈ" ଜଗନ୍ନାଥ ଦାସଙ୍କ ରଚନା ନୁହେଁ। ଏହା ଭୀମଭୋଇଙ୍କର କାବ୍ୟ।
  • ଅନ୍ୟ ସବୁ କାବ୍ୟଗୁଡିକ, ଯେପରିକି "ପ୍ରେମ ସୁଧମ୍ବୁଧା", "ନିତ୍ୟାଚାର ଦିକ୍ଷା ସହିତ ଉପାସନା ବିଧି", ଏବଂ "ଉପସନା ଶତକ" ସବୁ ଜଗନ୍ନାଥ ଦାସଙ୍କର ରଚନା।

Odia Question 3:

ନିମ୍ନୋକ୍ତ ମଧ୍ୟରୁ କେଉଁଟି ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ରଚନା ନୁହେଁ ?

  1. ଭାଗବତ ଟୁଙ୍ଗୀରେ ସନ୍ଧ୍ୟା
  2. ବାଇ ମାହାନ୍ତି ପାଞ୍ଜି 
  3. ମନୁସଭାମଣ୍ଡଳ
  4. ଦୁନିଆର ହାଲଚାଲ 

Answer (Detailed Solution Below)

Option 3 : ମନୁସଭାମଣ୍ଡଳ

Odia Question 3 Detailed Solution

ସଠୁକ୍ ଉତ୍ତର ହେଉଛି ମନୁସଭାମଣ୍ଡଳ

Key Points

  •  "ମନୁସଭାମଣ୍ଡଳ" ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ରଚନା ନୁହେଁ।
  • ଏହା ଭୀମ ଭୋଇଙ୍କ ଦ୍ୱାରା ଲେଖିତ କାବ୍ୟ।
  • ଅନ୍ୟ ସବୁ କାବ୍ୟଗୁଡିକ, ଯେପରିକି "ଭାଗବତ ଟୁଙ୍ଗୀରେ ସନ୍ଧ୍ୟା", "ବାଇ ମାହାନ୍ତି ପାଞ୍ଜି", ଏବଂ "ଦୁନିଆର ହାଲଚାଲ" ସବୁ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କର ରଚନା।

Odia Question 4:

ନିମ୍ନୋକ୍ତ ମଧ୍ୟରୁ କେଉଁଟି ଭୀମ ଭୋଇଙ୍କ ରଚନା ନୁହେଁ ?

  1. ରସରକେଲି
  2. ସୁନାବୋହୂ 
  3. ବ୍ରହ୍ମ ନିରୂପଣ ଗୀତା
  4. ଆଦିଅନ୍ତ ଗୀତା

Answer (Detailed Solution Below)

Option 2 : ସୁନାବୋହୂ 

Odia Question 4 Detailed Solution

ସଠିକ୍ ଉତ୍ତର ହେଉଛି ସୁନାବୋହୂ

Key Points

  • "ସୁନାବୋହୂ" ଫକୀର ମୋହନ ସେନାପତିଙ୍କର କାବ୍ୟ।
  • ଅନ୍ୟ ସବୁ କାବ୍ୟଗୁଡିକ "ରସରକେଲି", "ବ୍ରହ୍ମ ନିରୂପଣ ଗୀତା" ଏବଂ "ଆଦିଅନ୍ତ ଗୀତା" ସବୁ ଭୀମ ଭୋଇଙ୍କର କାବ୍ୟର ଅଂଶ ଉଦୃତ କରାଯାଇଛି।

Odia Question 5:

ନିମ୍ନୋକ୍ତ ମଧ୍ୟରୁ କେଉଁଟି ଉପେନ୍ଦ୍ର ଭଞ୍ଜଙ୍କ ରଚନା ନୁହେଁ ?

  1. ସୁଭଦ୍ରା ପରିଣୟ
  2. ଛାନ୍ଦଭୂଷଣ ଆଦିବ୍ୟାସ
  3. ରସପଞ୍ଚକ
  4. ପେଟେଣ୍ଟ ମେଡିସିନ

Answer (Detailed Solution Below)

Option 4 : ପେଟେଣ୍ଟ ମେଡିସିନ

Odia Question 5 Detailed Solution

ସଠିକ୍ ଉତ୍ତର ହେଉଛି ପେଟେଣ୍ଟ ମେଡିସିନ ।

Key Points

  • "ପେଟେଣ୍ଟ ମେଡିସିନ" ଏକ ରଚନା ଯାହା ଫକୀର ମୋହନ ସେନାପତିଙ୍କ ଦ୍ୱାରା ଲେଖିତ।
  • ଉପେନ୍ଦ୍ର ଭଞ୍ଜ ଓଡ଼ିଆ ସାହିତ୍ୟର ପ୍ରମୁଖ କବି ଥିଲେ ଓ ତାଙ୍କର କାବ୍ୟଗୁଡିକ ଓଡ଼ିଆ ସାହିତ୍ୟରେ ଅପୂର୍ବ ଯୋଗଦାନ କରିଛି। ସେ ତାଙ୍କର କ୍ଷୁଦ୍ରଗଳ୍ପ ଓ କାବ୍ୟକୃତିରେ ଅନେକ ପ୍ରମୁଖ କାବ୍ୟ ସୃଷ୍ଟି କରିଛନ୍ତି।
  • ଯେଉଁଥିରେ "ସୁଭଦ୍ରା ପରିଣୟ", "ଛାନ୍ଦଭୂଷଣ ଆଦିବ୍ୟାସ", "ରସପଞ୍ଚକ" ଯେପରି ଗଳ୍ପଗୁଡିକ ଶାମିଳ।
  • "ପେଟେଣ୍ଟ ମେଡିସିନ" ଏହି ଅନ୍ୟ କାବ୍ୟଗୁଡିକର ଅଂଶ ନୁହେଁ।

Top Odia MCQ Objective Questions

କେଉଁ କ୍ରିୟାଟି ବିଶେଷଣ ପଦସମ୍ଭୁତ ?

  1. କାନେଇବା
  2. ଲଟେଇବା
  3. ହାତେଇବା
  4. ଡେଗେଇବ

Answer (Detailed Solution Below)

Option 4 : ଡେଗେଇବ

Odia Question 6 Detailed Solution

Download Solution PDF

ଡେଗେଇବ କ୍ରିୟାଟି ବିଶେଷଣ ପଦ l

ବିଶେଷଣ: ବିଶେଷଣ ହେଉଛି ଏକ ଶବ୍ଦ ଯାହା ସଂଜ୍ଞା ବା ସର୍ବନାମ ର ବର୍ଣ୍ଣନା କରେ |

ବିଶେଷ୍ୟ: ବିଶେଷ୍ୟ ଯେଉଁ ସଂଜ୍ଞା ବା ସର୍ବନାମ ର ବିଶେଷତା କହେ ତାହା ବିଶେଷ୍ୟ l ବିଶେଷ୍ୟ ଦୁଇ ପ୍ରକାରର ସଂଜ୍ଞା ବା କ୍ରିୟା ରୂପରେ ଥାଏ l

  • ସଂଜ୍ଞା ରୂପେ ଥାଏ ଏହାକୁ ସଂଜ୍ଞା ବିଶେଷଣ କୁହ ଯାଏ l
  • ଯେବେ ଏହା କ୍ରିୟା ରୂପରେ ଥାଏ ଏହାକୁ କ୍ରିୟା ବିଶେଷଣ କୁହ ଯାଏ l

କ୍ରିୟା ବିଶେଷଣ: ଶବ୍ଦ ଯାହା କ୍ରିୟାର ବିଶେଷତାର ବୋଧ କରାଏ ସେ ଶବ୍ଦ ହେଉଛି କ୍ରିୟା ବିଶେଷଣ l ଅନ୍ୟ ଶବ୍ଦରେ ଯେଉଁ ଶବ୍ଦ ଦ୍ୱାରା କ୍ରିୟାର ବିଶେଷତ୍ୱ ଜଣା ପଡିଥାଏ ସେହି ଶବ୍ଦକୁ ଆମେ କ୍ରିୟା ବିଶେଷଣ କହୁ l

କ୍ରିୟା ସଂଜ୍ଞା ବିଶେଷଣ
  କାନ କାନେଇବା
  ହାତ ହାତେଇବା
ଲଟେଇବା    
ଡେଗେ   ଡେଗେଇବ

NOTE: ଡେଗେଇବ କ୍ରିୟାଟି ଗୋଟିଏ ବିଶେଷଣ ପଦ l

ନିମ୍ନୋକ୍ତ ମଧ୍ୟରୁ  କେଉଁଟି ଶୁଦ୍ଧ ଶବ୍ଦ ?

  1. ଦୁର୍ବୃତ୍ତ 
  2. ନିମିଳିତ
  3. ଦୁରୀଭୂତ
  4. ଅକ୍ଷୁର୍ଣ୍ଣ

Answer (Detailed Solution Below)

Option 1 : ଦୁର୍ବୃତ୍ତ 

Odia Question 7 Detailed Solution

Download Solution PDF

ସଠିକ୍ ଉତ୍ତର ହେଉଛି: ବିକଳ୍ପ 1​) ଦୁର୍ବୃତ୍ତ .

Key Points

  • ଓଡ଼ିଆ ଶବ୍ଦକୋଷରେ ଅର୍ଥ ପ୍ରଦାନ କରୁଥିବା ବର୍ଣ୍ଣ ବା ବର୍ଣ୍ଣ ସମଷ୍ଟିକୁ ଶବ୍ଦ କୁହାଯାଏ।  
  • କାଳ କାଳ ଧରି ବିଭିନ୍ନ ଶବ୍ଦ ବିଭିନ୍ନ ସ୍ଥାନରୁ ଉଦ୍ଧୃତ ଓ ପ୍ରଚଳିତ ହୋଇଆସୁଛି।
  • ଏହି ଉଦ୍ଧୃତ ଶବ୍ଦାବଳୀର ଶୁଦ୍ଧତାକୁ ବଜାୟ ରଖିବା ଅପରିହାର୍ଯ୍ୟ ଅଟେ।

ଯଥାର୍ଥତା:

  • ସାଧାରଣତଃ କହିବା ଓ ଲେଖିବାବେଳେ ମନୁଷ୍ୟ ଜନିତ କିଛିଟା ଭୁଲ୍ ହେଇଯାଇଥାଏ 'ଉଚ୍ଚାରଣଗତ' ହେଉ କିମ୍ବା 'ଲିଖିତଜନିତ' ହେଉ।
  • ଲିଖନ ସମୟରେ 'ମାତ୍ରାଜନିତ' ହେଉ ବା 'ବନାନଜନିତ' ବା 'ବ୍ୟାକରଣଜନିତ' ଭୁଲ୍ ଯୋଗୁଁ ଶୁଦ୍ଧ ଶବ୍ଦଟି ଅଶୁଦ୍ଧ ହୋଇଯାଏ।
  • ତେଣୁ ସଠିକ ଶବ୍ଦ ବ୍ୟବହାର ନିମିତ୍ତ ସାବଧାନତା ଅବଲମ୍ବନ କରିବା ଅବାଞ୍ଛନିୟ।
  • ଏଠାରେ ଦିଆଯାଇଥିବା ବିକଳ୍ପଗୁଡିକ ମଧ୍ୟରୁ 'ବିଶେଷ୍ୟଜନିତ' ଶୁଦ୍ଧତା ହେତୁ 'ଦୁର୍ବୃତ୍ତ ' ହିଁ କେବଳ ମାତ୍ର ଶୁଦ୍ଧ ଶବ୍ଦ। 
  • ଓଡ଼ିଆ ବ୍ୟାକରଣ ଅନୁସାରେ 'ଦୁର୍ବୃତ୍ତ' ଶବ୍ଦଟି ଶିଷ୍ଟପୂର୍ଣ୍ଣ ବ୍ୟବହାର ଦେଖେଇବା ଗୁଣର ନାମକୁ ବୁଝାଉଥିବା ହେତୁ ଏହା ଏକ ବିଶେଷ୍ୟ ପଦ ଅଟେ। ​​​

Additional Information 

  • ଅନ୍ୟ ବିକଳ୍ପଗୁଡିକ ମଧ୍ୟରେ ପ୍ରତ୍ୟେକଟି ବିଶେଷ୍ୟଜନିତ ଅଶୁଦ୍ଧ। 
  • ନିମିଳିତ- ଅଶୁଦ୍ଧ ଶବ୍ଦଟିର ସଂଶୋଧିତ ରୂପ: ନିମୀଳିତ। 
  • ଦୁରୀଭୂତ- ଅଶୁଦ୍ଧ ଶବ୍ଦଟିର ସଂଶୋଧିତ ରୂପ: ଦୂରୀଭୂତ
  • ଅକ୍ଷୁର୍ଣ୍ଣ- ଅଶୁଦ୍ଧ ଶବ୍ଦଟିର ସଂଶୋଧିତ ରୂପ: ଅକ୍ଷୁଣ୍ଣ

ଉଚ୍ଚାରଣ ସ୍ଥାନ ଦୃଷ୍ଟିରୁ ଟ,୦,ଡ,ଢ,ଣ ବର୍ଷକୁ କେଉଁ ବର୍ଣ୍ଣ ବୋଲି ନାମକରଣ କରାଯାଇଛି।

  1. କଣ୍ଠେ ବର୍ଣ୍ଣ
  2. ଦନ୍ତ୍ଯ ବର୍ଣ୍ଣ
  3. ମୂର୍ଦ୍ଧଣ୍ୟ ବର୍ଣ୍ଣ    
  4. ତାଲବ୍ୟ ବର୍ଣ୍ଣ

Answer (Detailed Solution Below)

Option 3 : ମୂର୍ଦ୍ଧଣ୍ୟ ବର୍ଣ୍ଣ    

Odia Question 8 Detailed Solution

Download Solution PDF

ସଠିକ୍ ଉତ୍ତର ହେଉଛି-ମୂର୍ଦ୍ଧଣ୍ୟ ବର୍ଣ୍ଣ  

Key Points

  • ଓଡିଆ ଭାଷାରେ ଲେଖାପଢା ପାଇଁ ଅଣଚାଶଟି ବର୍ଣ୍ଣ ବ୍ୟବହୃତ ହୋଇଛି । ଯଥା-  ଅ, ଆ, ଇ, ଈ, ଉ, ଊ, ଋ, ଏ, ଐ, କ, ଖ, ଗ, ଘ, ଙ, ଚ, ଛ, ଜ, ଝ, ଞ, ଟ, ଠ, ଡ, ଢ, ଣ, ତ, ଥ, ଦ, ଧ, ନ, ପ, ଫ, ବ, ଭ, ମ, ଯ, ୟ, ର, ଳ, ଲ, ୱ, ଶ, ଷ, ସ, ହ, ଅନୁସ୍ବାର, ବିସର୍ଗ, ଚନ୍ଦ୍ରବିନ୍ଦୁ ।
  • ଓଡିଆରେ ବ୍ୟବହୃତ ବର୍ଣ୍ଣମାନଙ୍କୁ ଦୁଇଭାଗରେ ବିଭକ୍ତ କରାଯାଏ । ଯଥା- ସ୍ବରବର୍ଣ୍ଣ ଓ ବ୍ୟଞ୍ଜନ ବର୍ଣ୍ଣ ।
  • ଅନ୍ୟ ବର୍ଣ୍ଣର ସାହାଯ୍ୟ ନନେଇ ଉଚ୍ଚାରିତ ହେଉଥିବା ବର୍ଣ୍ଣମାନଙ୍କୁ ସ୍ବରବର୍ଣ୍ଣ କୁହାଯାଏ । ଓଡିଆ ଭାଷାରେ ସ୍ବରବର୍ଣ୍ଣ ଏଗାରଟି । ଯଥା- ଅ, ଆ, ଇ, ଈ, ଉ, ଊ, ଋ, ଏ, ଐ, ଓ, ଔ ।
  • ଯେଉଁ ବର୍ଣ୍ଣଗୁଡିକ ସ୍ବରବର୍ଣ୍ଣ ସାହାଯ୍ୟ ବିନା ଉଚ୍ଚାରିତ ହୋଇପାରନ୍ତି ନାହିଁ, ସେମାନଙ୍କୁ ବ୍ୟଞ୍ଜନ ବର୍ଣ୍ଣ କୁହାଯାଏ । ଅର୍ଥାତ ସ୍ବର ସହିତ ଯୁକ୍ତ ହେଲେ ବ୍ୟଞ୍ଜନବର୍ଣ୍ଣ ଗୁଡିକ ଉଚ୍ଚାରିତ ହୁଅନ୍ତି ।
  • ବ୍ୟଞ୍ଜନ ବର୍ଣ୍ଣ ସଂଖ୍ୟା ଅଠତିରିଶିଟି । ଯଥା- କ, ଖ, ଗ, ଘ, ଙ, ଚ, ଛ, ଜ, ଝ, ଞ, ଟ, ଠ, ଡ, ଢ, ଣ, ତ, ଥ, ଦ, ଧ, ନ, ପ, ଫ, ବ, ଭ, ମ, ଯ, ୟ, ର, ଳ, ଲ, ୱ, ଶ, ଷ, ସ, ହ, ଅନୁସ୍ବାର, ବିସର୍ଗ, ଚନ୍ଦ୍ରବିନ୍ଦୁ ।

ଯଥାର୍ଥତା:

  • ବ୍ୟଞ୍ଜନ ବର୍ଣ୍ଣମାନଙ୍କ ମଧ୍ୟରୁ କ୍ ଠାରୁ ମ୍ ପର୍ଯ୍ୟନ୍ତ ପଚିଶଟି ସ୍ପର୍ଶବର୍ଣ୍ଣ । ଏଗୁଡିକର ଉଚ୍ଚାରଣ ସମୟରେ ଜ୍ବିହାର ଅଗ୍ର, ମଧ୍ୟ ବା ମୂଳର ସାହାଯ୍ୟ ନେଇ କଣ୍ଠ, ତାଳୁ, ମୂର୍ଦ୍ଧା, ଦନ୍ତ ଓ ଓଷ୍ଠାଦିକୁ ସ୍ପର୍ଶ କରିବାକୁ ପଡିଥାଏ ।
  • ଏହି ସ୍ପର୍ଶବର୍ଣ୍ଣଗୁଡିକ ପାଞ୍ଚଟି ବର୍ଗ ବା ଶ୍ରେଣୀରେ ବିଭକ୍ତ ହୋଇଥିବାରୁ ବର୍ଗ୍ୟବର୍ଣ୍ଣ ନାମରେ ପରିଚିତ । ଯ ଠାରୁ ଚନ୍ଦ୍ରବିନ୍ଦୁ ପର୍ଯ୍ୟନ୍ତ ତେର ଅବର୍ଗ୍ୟ ବ୍ୟଞ୍ଜନ ।  
  • ବର୍ଗ୍ୟବ୍ୟଞ୍ଜନର ବିଭାଗୀକରଣ-
  • କ ବର୍ଗ-            କ୍,ଖ୍, ଗ୍, ଘ୍, ଙ୍-         କଣ୍ଠ୍ୟ ବର୍ଣ୍ଣ
  • ଚ ବର୍ଗ-            ଚ୍, ଛ୍, ଜ୍, ଝ୍, ଞ୍-         ତାଲବ୍ୟ ବର୍ଣ୍ଣ
  • ଟ ବର୍ଗ-            ଟ୍, ଠ୍, ଡ୍, ଢ୍, ଣ୍-         ମୂର୍ଦ୍ଧନ୍ୟ ବର୍ଣ୍ଣ
  • ତ ବର୍ଗ-            ତ୍, ଥ୍, ଦ୍, ଧ୍, ନ୍-         ଦନ୍ତ୍ୟ ବର୍ଣ୍ଣ
  • ପ ବର୍ଗ-            ପ୍, ଫ୍, ବ୍, ଭ୍, ମ୍-        ଓଷ୍ଠ୍ୟ ବର୍ଣ୍ଣ
  • ତେଣୁ ଠ ହେଉଛି ମୂର୍ଦ୍ଧନ୍ୟ ବର୍ଣ୍ଣ ।

ନିର୍ଦ୍ଦେଶ: ଠିକ୍ ପ୍ରତିଶବ୍ଦଟି ବାଛ |

'କାଉ' ର ପ୍ରତିଶବ୍ଦ

  1. ପରଭୃତ
  2. ପୁରନ୍ଦର
  3. ନଗ
  4. ଖଗ

Answer (Detailed Solution Below)

Option 1 : ପରଭୃତ

Odia Question 9 Detailed Solution

Download Solution PDF

ସଠିକ ଉତ୍ତର ହେଉଛି "ପରଭୃତ"

Key Points

  • ପ୍ରତ୍ୟେକ ଭାଷାରେ ଏକାଧିକ ଶବ୍ଦ ଗୋଟିଏ ଅର୍ଥକୁ ବୁଝାଇଥାଏ।
  • ଏ ପ୍ରକାର ଶବ୍ଦମାନଙ୍କୁ 'ପ୍ରତିଶବ୍ଦ' ବା 'ପଯ୍ୟାର୍ୟବାଚକ ଶବ୍ଦ' କୁହାଯାଏ

ଯଥାର୍ଥତା:

  • ଆମ ଓଡ଼ିଆ ଭାଷାରେ ଗୋଟିଏ ଶବ୍ଦର ପ୍ରତିଶବ୍ଦଗୁଡ଼ିକ ସମକକ୍ଷ ଓ ସମର୍ଥକ ଭାବରେ ଦୈନଦିନ ଜୀବନରେ ପ୍ରଚଳିତ ଓ ବ୍ୟବହୃତ।
  • ଏଠାରେ 'କାଉ' ର ପ୍ରତିଶବ୍ଦଟି ହେଉଛି 'ପରଭୃତ'; କାରଣ ଓଡ଼ିଆ ଅଭିଧାନରେ 'ପରଭୃତ' ଶବ୍ଦଟି 'ପର/ଅନ୍ୟକୁ ପାଳନ କରେ ଯିଏ' ଅର୍ଥକୁ ସୂଚିତ କରେ। 
  • ପ୍ରସିଦ୍ଧ ପଞ୍ଚତନ୍ତ୍ର ଗଳ୍ପ ସମୂହ ଅନୁସାରେ, ଯେତେବେଳେ କୋଇଲି, କାଉ ବସାରେ ତା ଅଣ୍ଡାଟିକୁ ଛାଡିଯାଏ, ଅଜାଣତରେ କାଉ ନିଜ ଅଣ୍ଡାଟି ସହ କୋଇଲିର ଅଣ୍ଡାଟିର ମଧ୍ୟ ଯତ୍ନ ନେଇଥାଏ ଓ ଅଣ୍ଡାଟି ଫୁଟିବା ପରେ କୋଇଲି ଛୁଆଟିକୁ ସଯତ୍ନ ରେ ପାଳନ କରିଥାଏ। ତେଣୁ କାଉ 'ପରଭୃତ' ନାମରେ ଉଲ୍ଲେଖନୀୟ।
  • 'କାଉ' ର ଅନ୍ୟ ପ୍ରତିଶବ୍ଦଗୁଡ଼ିକ ହେଲା - କୁଆ, କାକ, ଘୁକାରି, ଧୂଳିଜଂଘ, ବାୟସ, ଇତ୍ୟାଦି

 Additional Information

  • ଅନ୍ୟ ବିକଳ୍ପଗୁଡ଼ିକ ଯେପରି ପୁରନ୍ଦର - ଇନ୍ଦ୍ରର, ନଗ - ପର୍ବତର ଓ ଖଗ - ପକ୍ଷୀର ପ୍ରତିଶବ୍ଦ ଅଟେ।

Mistake Points

  •  ଏହି ପ୍ରଶ୍ନଟି ଗତବର୍ଷର ପ୍ରଶ୍ନପତ୍ରରୁ ଉଦ୍ଧୃତ ଅଟେ ଏବଂ ଏହାର ସମାଧାନ କେବଳ ମାତ୍ର ଦତ୍ତ ଉତ୍ତରାବଳୀ ଅନୁସାରେ ଲେଖାହୋଇଛି।  

‘ସିଂହାସନ’ – ଏହା କି ପ୍ରକାର ସମାସ ଅଟେ ?

  1. ଉପମିତ କର୍ମଧାରୟ
  2. ମଧ୍ୟପଦଲୋପୀ କର୍ମଧାରୟ 
  3. ଉପମାନ କର୍ମଧାରୟ
  4. ଏଥି ମଧ୍ୟରୁ କେଉଁଟି ନୁହେଁ

Answer (Detailed Solution Below)

Option 2 : ମଧ୍ୟପଦଲୋପୀ କର୍ମଧାରୟ 

Odia Question 10 Detailed Solution

Download Solution PDF
ସଠିକ ଉତ୍ତର ହେଉଛି "ମଧ୍ୟପଦଲୋପୀ କର୍ମଧାରୟ"
  • ପରସ୍ପର ସମ୍ବନ୍ଧ ଥିବା ଦୁଇ ବା ତତୋଧିକ ପଦକୁ ଏକ ପଦରେ ପରିଣତ କରିବାର ନାମ ହେଉଛି ସମାସ
  • ସମାସରେ ପଦଗୁଡ଼ିକ ମିଳିତ ହେବାପରେ ଯେଉଁ ପଦ ସୃଷ୍ଟିହୁଏ ତାହାକୁ ‘ସମସ୍ତପଦ’ କୁହାଯାଏ
  • ସମାସ ଅନ୍ତର୍ଗତ ପଦମାନଙ୍କର ପରସ୍ପର ସମ୍ବନ୍ଧ ଜାଣିବା ପାଇଁ ଯେଉଁ ବାକ୍ୟ ଗଢ଼ାଯାଏ ତାହାକୁ ବ୍ୟାସବାକ୍ୟ / ବିଗ୍ରହବାକ୍ୟ କୁହନ୍ତି
  • ଯେଉଁ ପଦଗୁଡିକର ମିଶ୍ରଣରେ ସମସ୍ତ ପଦ ଗଠିତ ହୁଏ ସେହି ପଦଗୁଡିକୁ ସମସ୍ୟମାନ ପଦ କୁହାଯାଏ
  • ଯଥା: ଶୋକ ରୂପକ ଅଗ୍ନି ମଣିଷ ଶରୀରକୁ କ୍ଷୀଣ କରିଦିଏ - ଶୋକାଗ୍ନି ମଣିଷ ଶରୀରକୁ କ୍ଷୀଣ କରିଦିଏ।
  • ବାକ୍ୟରେ ଥିବା ‘ଶୋକ ରୂପକ ଅଗ୍ନି’ ପଦଗୁଡ଼ିକ ମିଶିଯାଇ ‘ଶୋକାଗ୍ନି’ ପଦରେ ପରିଣତ ହୋଇଛି।
  • ବାକ୍ୟ ମଧ୍ୟରେ ପରସ୍ପର ସମ୍ପର୍କ ଥିବା ଏକାଧିକ ପଦକୁ ମିଶାଇ ଦେଇ ଏକପଦରେ ପରିଣତ କରାଯାଇ ପାରୁଛି
  • ଫଳରେ ବାକ୍ୟ ଛୋଟ ହୋଇପାରୁଛି ଓ ଶୁଣିବାକୁ ମଧୁର ହେଉଛି। ବ୍ୟାକରଣ ଶାସ୍ତ୍ରରେ ଏହି ପ୍ରକ୍ରିୟାକୁ ‘ସମାସ’ କୁହାଯାଏ।
  • ଶୋକ ରୂପକ ଅଗ୍ନି = ଶୋକାଗ୍ନି। ଏଠାରେ 'ଶୋକାଗ୍ନି' ହେଉଛି ‘ସମସ୍ତପଦ’
  • ‘ଶୋକ’ ହେଉଛି ପୂର୍ବପଦ ଓ ‘ଅଗ୍ନି’ ହେଉଛି ‘ପରପଦ’ ବା ‘ଉତ୍ତର ପଦ’
  • 'ଶୋକାଗ୍ନି' ସମସ୍ତପଦରେ ‘ଶୋକ’ ଗୋଟିଏ ସମସ୍ୟମାନ ପଦ ଓ ‘ଅଗ୍ନି’ ଆଉ ଏକ ସମସ୍ୟମାନ ପଦ
  • ଏଠାରେ 'ଶୋକ ରୂପକ ଅଗ୍ନି' ହେଉଛି ବିଗ୍ରହବାକ୍ୟ/ବ୍ୟାସବାକ୍ୟ; କାରଣ ଶୋକ ଓ ଅଗ୍ନି ମଧ୍ୟରେ ସମ୍ବନ୍ଧ ଜାଣିବା ପାଇଁ 'ଶୋକ ରୂପକ ଅଗ୍ନି' ବାକ୍ୟଟିକୁ ଗଢାଯାଇଛି।
  • ସମାସର ପ୍ରକାର ଭେଦକୁ ବୁଝିଲେ ଅର୍ଥର ପ୍ରାଧାନ୍ୟ ଦୃଷ୍ଟିରୁ ସମାସକୁ ମୁଖ୍ୟତଃ ଛଅ ଭାଗରେ ବିଭକ୍ତ କରାଯାଇଛି
  • ଯଥା:-ତତ୍‌ପୁରୁଷ, କର୍ମଧାରୟ, ଦ୍ବିଗୁ, ଦ୍ବନ୍ଦ୍ବ, ବହୁବ୍ରୀହି ଓ ଅବ୍ୟୟୀଭାବ
ଯଥାର୍ଥତା:
  • ବିଶେଷଣ ଓ ବିଶେଷ୍ୟ ପଦକୁ ନେଇ ଯେଉଁ ସମାସ ଗଠିତ ହୁଏ, ତାହାକୁ ‘କର୍ମଧାରୟ ସମାସ’ କହନ୍ତି
  • ଏହି ସମାସର ସମସ୍ତପଦରେ ପରପଦର ଅର୍ଥର ପ୍ରାଧାନ୍ୟ ରହେ।
  • ଯଥା: ନୀଳ ଅଟେ କଇଁ = ନୀଳକଇଁ, ଏଠାରେ ‘ନୀଳ’ ବିଶେଷଣ ପଦ ଓ ‘କଇଁ’ ବିଶେଷ୍ୟ ପଦ
  • ଯେଉଁ କର୍ମଧାରୟ ସମାସର ସମସ୍ତ ପଦରେ ମଧ୍ୟବର୍ତ୍ତୀ ପଦର ଲୋପ ହୋଇଥାଏ, ତାହାକୁ ‘ମଧ୍ୟପଦଲୋପୀ କର୍ମଧାରୟ ସମାସ’ କହନ୍ତି
  • ଉପରୋକ୍ତ 'ସିଂହାସନ' ସମସ୍ତ ପଦଟିର ଉଦ୍ଦିଷ୍ଟ ବ୍ୟାସବାକ୍ୟ ହେବ 'ସିଂହ ଚିହ୍ନିତ ଆସନ'
  • କାରଣ 'ସିଂହ ଚିହ୍ନିତ ଆସନ' ବ୍ୟାସବାକ୍ୟଟି  ସିଂହ ଓ ଆସନ ମଧ୍ୟରେ ଉପଯୁକ୍ତ ସମ୍ବନ୍ଧ ସ୍ଥାପନ କରିପାରୁଛି
  • ‘ସିଂହ’ ହେଉଛି ପୂର୍ବପଦ ଓ ‘ଆସନ’ ହେଉଛି ‘ପରପଦ’ ବା ‘ଉତ୍ତର ପଦ’
  • ସମାସ ଗଠନ ପରେ ଏମାନଙ୍କ ମଧ୍ୟରେ ଥିବା 'ଚିହ୍ନିତ' ପଦଟି ଲୋପ ପାଉଛି
  • ତେଣୁ ଏଥିରୁ ସ୍ପଷ୍ଟ ଯେ 'ସିଂହାସନ' ସମସ୍ତ ପଦଟି ‘ମଧ୍ୟପଦଲୋପୀ କର୍ମଧାରୟ ସମାସ’ ହେତୁ ଗଠିତ
 Additional Information
  • ଯାହା ବିଷୟରେ ଉପମା ଅର୍ଥାତ୍ ତୁଳନା ଦିଆଯାଏ ତାକୁ ‘ଉପମେୟ’ କହନ୍ତି। ଏହି ଉପମେୟ ହେଉଛି ପ୍ରକୃତ ବସ୍ତୁ
  • ଉପମେୟ ବା ପ୍ରକୃତ ବସ୍ତୁ ସହିତ ଯାହାର ତୁଳନା କରାଯାଏ ତାକୁ ‘ଉପମାନ’ କହନ୍ତି
  • ସମାସରେ ଉପମେୟ ପୂର୍ବପଦ ଓ ଉପମାନ ପରପଦ ହେଲେ ତାହାକୁ ‘ଉପମିତ କର୍ମଧାରୟ’ ସମାସ କହନ୍ତି
  • ଯଥା: ମୁଖଟି ଚନ୍ଦ୍ର ପରି = ମୁଖଚନ୍ଦ୍ର, ଏଠାରେ ‘ମୁଖ’ ହେଉଛି ‘ଉପମେୟ’ ଓ ‘ଚନ୍ଦ୍ର’ ହେଉଛି 'ଉପମାନ'
  • ଉପମାନ ସହିତ ସାଧାରଣ ଧର୍ମବାଚକ ପଦର ସମାସକୁ ‘ଉପମାନ କର୍ମଧାରୟ’ ସମାସ କୁହାଯାଏ
  • ଯଥା: କାକ ପରି କୃଷ୍ଣ = କାକକୃଷ୍ଣ, ‘କାକ’ ହେଉଛି ଉପମାନ ଓ ‘କୃଷ୍ଣ’ ହେଉଛି ସାଧାରଣ ଧର୍ମ

'କିରଣ'ର ପର୍ଯ୍ୟାୟବାଚୀ ଶବ୍ଦଟି ଲେଖ?

  1. ଅୟନ
  2. ଅନଙ୍ଗ
  3. ମୟୂଖ
  4. ମାରୁତ

Answer (Detailed Solution Below)

Option 3 : ମୟୂଖ

Odia Question 11 Detailed Solution

Download Solution PDF
ସଠିକ ଉତ୍ତର ହେଉଛି "ମୟୂଖ"
Key Points     
  • ପ୍ରତ୍ୟେକ ଭାଷାରେ ଏକାଧିକ ଶବ୍ଦ ଗୋଟିଏ ଅର୍ଥକୁ ବୁଝାଇଥାଏ।
  • ଏ ପ୍ରକାର ଶବ୍ଦମାନଙ୍କୁ 'ପ୍ରତିଶବ୍ଦ' ବା 'ପଯ୍ୟାର୍ୟବାଚକ ଶବ୍ଦ' ବା 'ସମାର୍ଥବୋଧକ ଶବ୍ଦକୁହାଯାଏ।
 ଯଥାର୍ଥତା:
  • ଆମ ଭାଷାରେ ଏହି  'ପ୍ରତିଶବ୍ଦ' ବା 'ସମାର୍ଥବୋଧକ ଶବ୍ଦ' ବା 'ପଯ୍ୟାର୍ୟବାଚକ ଶବ୍ଦ'ଗୁଡ଼ିକ ଦୈନଦିନ ଭାବରେ ପ୍ରଚଳିତ ଓ ବ୍ୟବହୃତ।
  • ଏଠାରେ ଦିଆଯାଇଥିବା ବିକଳ୍ପଗୁଡିକ ମଧ୍ୟରେ, ଓଡ଼ିଆ ଶବ୍ଦକୋଷ ଅନୁଯାୟୀ 'ମୟୂଖ' କହିଲେ 'କିରଣ; ରଶ୍ମି (ମୟ ଧାତୁ+କର୍ତ୍ତୃ - ଊଖ)'
  • ସୁତରାଂ ଏଠାରେ ଦିଆଯାଇଥିବା ବିକଳ୍ପଗୁଡିକ ମଧ୍ୟରେ 'ମୟୂଖ' ଶବ୍ଦଟି 'କିରଣ' ଶବ୍ଦଟିର ଅଭିଧାନିକ ଅର୍ଥକୁ ସୂଚାରୁରୂପେ ପ୍ରତିପାଦନ କରୁଥିବା ହେତୁ ଏହା ସମାର୍ଥବୋଧକ ବା ପର୍ଯ୍ୟାୟବାଚୀ ବା ପ୍ରତିଶବ୍ଦ।  
  • 'କିରଣ'ର ଅନ୍ୟ ପ୍ରତିଶବ୍ଦଗୁଡ଼ିକ ହେଲା : ଆଲୋକ, ଅଂଶୁ, ଦ୍ୟୁତି, ବିଭା, ଦୀପ୍ତି, ରଶ୍ମି ଇତ୍ୟାଦି।
Additional Information     
  • ଅନ୍ୟ ବିକଳ୍ପଗୁଡିକ ମଧ୍ୟରେ 'ଅୟନ' କହିଲେ 'ସୂର୍ଯ୍ୟ ଦକ୍ଷିଣ ବା ଉତ୍ତର ଦିଗରେ ରହିବା ସମୟ' ହୋଇଥିବାବେଳେ 'ଅନଙ୍ଗ' 'କାମଦେବ'ର ପର୍ଯ୍ୟାୟବାଚୀ ଓ 'ମାରୁତ' କହିଲେ 'ଘୋଡ଼ାର ପଛଗୋଡ଼ରେ ଥିବା ଗୋଟିଏ ଭଉଁରୀ'। 

ଏ, ଐ- ଏ ଦୁଇଟି କି ପ୍ରକାର ସ୍ୱର ବର୍ଣ୍ଣ?

  1. କଣୃୌଷ୍ଠ୍ୟ
  2. କଣ୍ଠ୍ୟତାଲବ୍ୟ 
  3. ଦନ୍ତୌଷ୍ଟ୍ୟ
  4. ଅନୁନାସିକ

Answer (Detailed Solution Below)

Option 2 : କଣ୍ଠ୍ୟତାଲବ୍ୟ 

Odia Question 12 Detailed Solution

Download Solution PDF

2) କଣ୍ଠ୍ୟତାଲବ୍ୟ ସଠିକ୍‍ ଉତ୍ତର

ଯଥାର୍ଥତା :

  • ଧ୍ୱନି ଭାଷାର ମୌଖିକ ରୂପ
  • ଧ୍ୱନିର ଲିଖିତ ରୂପ ବର୍ଣ୍ଣ
  • ଧ୍ୱନି ପରି ବର୍ଣ୍ଣକୁ 2 ଭାଗରେ ବିଭକ୍ତ କରାଯାଇଛି
  • ସ୍ୱରବର୍ଣ୍ଣ ଓ ବ୍ୟଞନ ବର୍ଣ୍ଣ
  • ସ୍ୱରବର୍ଣ୍ଣର ସାଂକେତିକ ରୂପକୁ ମାତ୍ରା କୁହାଯାଏ
  • ଯେହେତୁ ଏ, ଐ କଣ୍ଠ୍ୟ ଓ ତାଲବ୍ୟ ସ୍ପର୍ଶ କରି ଉଚ୍ଚାରଣ ହୁଏ , ଏସବୁକୁ 2) କଣ୍ଠ୍ୟତାଲବ୍ୟ ସ୍ୱର ବର୍ଣ୍ଣ କୁହାଯାଏ  

Additional Information

  • ମାତ୍ରାକୁ କାର ମଧ୍ୟ କୁହାଯାଏ
  • ଅ,ଆ , ଇ ,ଈ ,ଉ ,ଊ , ଏ , ଐ ,ଓ ,ଔ ମୋଟ୍ 11ଟି ସ୍ୱରବର୍ଣ୍ଣ ଅଛି
  • ବ୍ୟଞନ ବର୍ଣ୍ଣରେ ମାତ୍ରାର ବ୍ୟବହାର ହୋଇଥାଏ
  • ବ୍ୟଞନ ବର୍ଣ୍ଣ 2 ପ୍ରକାରର
  • ବର୍ଗ୍ୟ ଓ ଅବର୍ଗ୍ୟ

କୁଞ୍ଜର' କାହାର ସମାର୍ଥବୋଧକ ଶବ୍ଦ?

  1. ଘୋଡ଼ା
  2. ମୟୁର
  3. ପକ୍ଷୀ
  4. ହାତୀ 

Answer (Detailed Solution Below)

Option 4 : ହାତୀ 

Odia Question 13 Detailed Solution

Download Solution PDF

ସଠିକ୍ ଉତ୍ତର ହେଉଛି- ହାତୀ ।

Key Points

  • ସମସ୍ତ ଭାଷାର ଶବ୍ଦ ଭଣ୍ଡାରରେ ଅନେକ ଶବ୍ଦମାନଙ୍କର ଅର୍ଥ ସମାନ ହୋଇ ରହିଥାଏ । ଅନେକ ଗୁଡିଏ ଶବ୍ଦ ଏକ ନିର୍ଦ୍ଦିଷ୍ଟ ଅର୍ଥ ପ୍ରକାଶ କରୁଥିଲେ ଏଗୁଡିକୁ ଏକାର୍ଥବୋଧକ ବା ସମାର୍ଥବୋଧକ ଶବ୍ଦ କୁହାଯାଏ ।
  • ଓଡିଆ ଭାଷାରେ ଏପରି ଅନେକ ଶବ୍ଦର ନିଦର୍ଶନ ରହିଛି ।
  • ଏକାଧିକ ଶବ୍ଦ ଏକ ଅର୍ଥରେ ବ୍ୟବହୃତ ହୁଏ ।
  • ଏହି ପ୍ରକାର ଶବ୍ଦଗୁଡିକୁ ପ୍ରତିଶବ୍ଦ ବା ପର୍ଯ୍ୟାୟବାଚକ ଶବ୍ଦ କୁହାଯାଏ ।

ଯଥାର୍ଥତା:

  • କୁଞ୍ଜର ହାତୀର ପ୍ରତିଶବ୍ଦ ଅଟେ ।
  • ସେହିପରି ହାତୀର ପ୍ରତିଶବ୍ଦ ହେଉଛି- ହସ୍ତୀ, ଗଜ, ନାଗ, କରୀ, ଦ୍ବିରଦ, ଦ୍ବିପ, ମାତଙ୍ଗ, ବାରଣ, ଦନ୍ତୀ, ମାତଗ, ମାତଙ୍ଗମ, ସାରଙ୍ଗ, ଅନେକପ ।
  • ଯେଉଁ ଭାଷା ଯେତିକି ସମୃଦ୍ଧ ଓ ସମ୍ପନ୍ନ, ସେହି ଭାଷାରେ ପର୍ଯ୍ୟାୟବାଚୀ ଶବ୍ଦର ସଂଖ୍ୟା ସେତେ ଅଧିକ ।
  • ଓଡିଆର ପର୍ଯ୍ୟାୟବାଚୀ ଶବ୍ଦ ସଂସ୍କୃତ ତତ୍ସମ ଶବ୍ଦ ଅଟେ ।
  • ଅମର ସିଂହଙ୍କ ରଚିତ ଅମରକୋଷ ଗ୍ରନ୍ଥରେ ସହସ୍ର ସହସ୍ର ପର୍ଯ୍ୟାୟବାଚୀ ଶବ୍ଦ ରହିଛି ।

'ଜଳ'ର ସମାର୍ଥବୋଧକ ଶବ୍ଦଟି କ'ଣ ?

  1. ରସା
  2. କ୍ଷଣଦା 
  3. ଉଦକ 
  4. ବିଧୁ 

Answer (Detailed Solution Below)

Option 3 : ଉଦକ 

Odia Question 14 Detailed Solution

Download Solution PDF

ସଠିକ୍ ଉତ୍ତର ହେଉଛି- ଉଦକ 

Key Points

  • ସମସ୍ତ ଭାଷାର ଶବ୍ଦ ଭଣ୍ଡାରରେ ଅନେକ ଶବ୍ଦମାନଙ୍କର ଅର୍ଥ ସମାନ ହୋଇ ରହିଥାଏ । ଅନେକ ଗୁଡିଏ ଶବ୍ଦ ଏକ ନିର୍ଦ୍ଦିଷ୍ଟ ଅର୍ଥ ପ୍ରକାଶ କରୁଥିଲେ ଏଗୁଡିକୁ ଏକାର୍ଥବୋଧକ ବା ସମାର୍ଥବୋଧକ ଶବ୍ଦ କୁହାଯାଏ ।
  • ଓଡିଆ ଭାଷାରେ ଏପରି ଅନେକ ଶବ୍ଦର ନିଦର୍ଶନ ରହିଛି ।
  • ଏକାଧିକ ଶବ୍ଦ ଏକ ଅର୍ଥରେ ବ୍ୟବହୃତ ହୁଏ ।
  • ଏହି ପ୍ରକାର ଶବ୍ଦଗୁଡିକୁ ପ୍ରତିଶବ୍ଦ ବା ପର୍ଯ୍ୟାୟବାଚକ ଶବ୍ଦ କୁହାଯାଏ ।

ଯଥାର୍ଥତା:

  • ଉଦକ ଜଳର ପ୍ରତିଶବ୍ଦ ଅଟେ ।
  • ସେହିପରି ଜଳର ପ୍ରତିଶବ୍ଦ ହେଉଛି- ସଲିଳ, ଜୀବନ, ତୋୟ, ନୀର, ବାରି, ଅମ୍ବୁ, ପୟଃ ।
  • ରସା ହେଉଛି ପୃଥିବୀର ପ୍ରତିଶବ୍ଦ, କ୍ଷଣଦା ହେଉଛି ରାତ୍ରିର ପ୍ରତିଶବ୍ଦ ଓ ବିଧୁ ହେଉଛି ଚନ୍ଦ୍ରର ପ୍ରତିଶବ୍ଦ ।

ବୃକ୍ଷର ସମାର୍ଥବୋଧକ ଶବ୍ଦଟି କ'ଣ ?

  1. ବିଟପୀ 
  2. ଅର୍ଣ୍ଣବ 
  3. ବିବୁଧ 
  4. ଅରବିନ୍ଦ 

Answer (Detailed Solution Below)

Option 1 : ବିଟପୀ 

Odia Question 15 Detailed Solution

Download Solution PDF

ସଠିକ୍ ଉତ୍ତର ହେଉଛି- ବିଟପୀ ।

Key Points

  • ସମସ୍ତ ଭାଷାର ଶବ୍ଦ ଭଣ୍ଡାରରେ ଅନେକ ଶବ୍ଦମାନଙ୍କର ଅର୍ଥ ସମାନ ହୋଇ ରହିଥାଏ । ଅନେକ ଗୁଡିଏ ଶବ୍ଦ ଏକ ନିର୍ଦ୍ଦିଷ୍ଟ ଅର୍ଥ ପ୍ରକାଶ କରୁଥିଲେ ଏଗୁଡିକୁ ଏକାର୍ଥବୋଧକ ବା ସମାର୍ଥବୋଧକ ଶବ୍ଦ କୁହାଯାଏ ।
  • ଓଡିଆ ଭାଷାରେ ଏପରି ଅନେକ ଶବ୍ଦର ନିଦର୍ଶନ ରହିଛି ।
  • ଏକାଧିକ ଶବ୍ଦ ଏକ ଅର୍ଥରେ ବ୍ୟବହୃତ ହୁଏ ।
  • ଏହି ପ୍ରକାର ଶବ୍ଦଗୁଡିକୁ ପ୍ରତିଶବ୍ଦ ବା ପର୍ଯ୍ୟାୟବାଚକ ଶବ୍ଦ କୁହାଯାଏ ।

ଯଥାର୍ଥତା:

  • ବିଟପୀ ବୃକ୍ଷର ପ୍ରତିଶବ୍ଦ ଅଟେ ।
  • ସେହିପରି ବୃକ୍ଷର ପ୍ରତିଶବ୍ଦ ହେଉଛି- ତରୁ, ଦ୍ରୁମ, ପାଦପ ।
  • ଅର୍ଣ୍ଣବ ହେଉଛି ସମୁଦ୍ରର ପ୍ରତିଶବ୍ଦ, ଅରବିନ୍ଦ ହେଉଛି ପଦ୍ମର ପ୍ରତିଶବ୍ଦ ଓ ବିବୁଧ ହେଉଛି ଦେବତାର ପ୍ରତିଶବ୍ଦ ।
Get Free Access Now
Hot Links: teen patti cash teen patti vungo teen patti game paisa wala all teen patti master teen patti pro